ଇଂଲଣ୍ଡ: ଚଳିତ ଟେଷ୍ଟ୍ର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ଓପନର ଲୋକେଶ ରାହୁଲ୍ଙ୍କ ଉପରକୁ କେତେକ ଦର୍ଶକ ବୋତଲ ଠିପି ଫିଙ୍ଗିଥିବା ଜଣାପଡ଼ିଛି । ପ୍ରଥମ ସେସନରେ ଇଂଲଣ୍ଡ ଇନିଂସର ୬୯ତମ ଓଭର୍ରେ ମହମ୍ମଦ ଶମି ବୋଲିଂ କରୁଥିବା ସମୟରେ ରାହୁଲ୍ ବାଉଣ୍ଡାରୀ ଲାଇନରେ ଫିଲ୍ଡିଂ କରୁଥିଲେ । ତେବେ ତାଙ୍କ ଉପରକୁ କେତେକ ଶାମ୍ପେନ୍ ବୋତଲ ଠିପି ଫିଙ୍ଗାଯିବାରୁ ଏନେଇ ଭାରତୀୟ ଦଳ ପକ୍ଷରୁ ଅମ୍ପାୟାର୍ ମାଇକେଲ୍ ଗଫ୍ ଓ ରିଚାର୍ଡ ଇଲିଙ୍ଗ୍ୱର୍ଥଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏନେଇ ଅଭିଯୋଗ କରାଯାଇଛି କି ନ।।ହିଁ, ତାହା ଜଣାପଡ଼ିନାହିଁ । କିନ୍ତୁ ଦର୍ଶକଙ୍କ ଏପରି ଆଚରଣରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅସନ୍ତୋଷ ପ୍ରକାଶ କରିବା ସହ ରାହୁଲ୍ଙ୍କୁ ଠିପିଗୁଡ଼ିକୁ ଦର୍ଶକଙ୍କୁ ଉପରକୁ ଫିଙ୍ଗିବା ସକାଶେ ଇଙ୍ଗିତ ଦେଉଥିବା ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି ।