ବରଗଡ,(ଏସ୍ ନ୍ୟୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କୋକନରା ଗ୍ରାମର ଅସହାୟ ଗରିବ ଦିନମଜୁରିଆ ଭକ୍ତ ଚରଣ ରଣା(୩୯) ଓ ତାଙ୍କ ସ୍ତ୍ରୀ ବନିତା ରଣା(୩୫) ଏବଂ ତାଙ୍କ ଦୁଇ ପୁଅ ଝିଅ ସମୀର ରଣା(୧୧), ପ୍ରିୟଙ୍କା ରଣା(୭) ତଥା ତାଙ୍କ ବୁଢ଼ୀ ମାଙ୍କ ସହ ବେଶ ସହ ଖୁସିରେ ରହୁଥିଲେ । କିଏ ଜାଣି ଥିଲା ଯେ ଅନିଦିଆ କଳା ମେଘ ଟିଏ ତାଙ୍କ ଜୀବନକୁ ଆସିବ ଓ ତାଙ୍କର ହସ ସୁଖର ଦୁନିଆକୁ ଦୁଃଖ ସାଗରରେ ଭସାଇ ଦେବ ବୋଲି l ଭକ୍ତଚରଣ ଅଜଣା ରୋଗରେ ପୀଡିତ ହୋଇ ପ୍ରଥମେ ପାଇକମାଳ ଡାକ୍ତରଖାନା ରୁ ଆରମ୍ଭ କରି ନୂଆପଡା ,ବରଗଡ଼,ବୁର୍ଲା ପରେ ଆଚାଯ୍ୟ ହରିହର ଡାକ୍ତରଖାନା କଟକ ରେ ଚିକିତ୍ସିତ ହେବା ପରେ କ୍ୟାନସର ରୋଗରେ ଆକ୍ରାନ୍ତ ବୋଲି ପରିବାର ଲୋକେ ଜାଣିପାରିଲେ ସତେ ଯେମିତି ପାଦ ତଳୁ ମାଟି ଖସି ପଡ଼ିଲା l

ଯାହା କିଛି ତାଙ୍କ ଜମି ବାଡ଼ି ଥିଲା ତାକୁ ବିକ୍ରି କରିବା ସହ ଧାର କରଜ କରି ପାଞ୍ଚ ମାସ ଧରି ପାରୁ ପର୍ଯନ୍ତେ ଚିକିତ୍ସା କରାଇଲେ ଶେଷ ରେ ଘରରୁ ଫେରାଇ ଆଣିଲେ ,ଏବେ ସେ ଶଯ୍ୟାଶାୟୀ ,ଖଟ ରୁ ଉଠି ପାରୁନାହାନ୍ତି । ରୋଜଗାରିଆ ସ୍ବାମୀ ଙ୍କ ଶଯ୍ୟାଶାୟୀ ହେତୁ ତାଙ୍କ ପରିବାର ବହୁ କଷ୍ଟରେ ଜୀବନ କାଟୁଛନ୍ତି। ପ୍ରତିଦିନ ତାଙ୍କ ଔଷଧ ବାବଦ କୁ ୧୦୦୦ ରୁ ୧୨୦୦ ଟଙ୍କା ଖର୍ଚ୍ଚ ହେଉଥିବାର ତାଙ୍କ ସ୍ତ୍ରୀ ଜଣାଇଛନ୍ତି । ଏଣୁ ତାଙ୍କର ଔଷଧ ଖର୍ଚ୍ଚ ତଥା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ କିଛି ଆର୍ଥିକ ସହୟତା ଯୋଗେଇ ଦେବା ପାଇଁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଛନ୍ତି ତଥା କୌଣସି ସହୃଦୟ ବ୍ୟକ୍ତି କି ସହାୟକ ଅନୁଷ୍ଠାନ ସାହାଯ୍ୟର ହାତ ବଢ଼ାଇବା ପାଇଁ
ତାଙ୍କ ପରିବାର ତଥା ଗ୍ରାମବାସୀ ଅନୁରୋଧ କରିଛନ୍ତି ।