ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା: ୨୪ ଘଣ୍ଟାରେ ୮୬୮ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୫୦୭ ଏବଂ ସ୍ଥାନୀୟ ସଂକ୍ରମିତ ୩୬୧ ଜଣ ରହିଛନ୍ତି। ତେବେ ଆଉ ଏକ ବିଷୟ ଚିନ୍ତାଜନକ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ରହିଛନ୍ତି। ରାଜ୍ୟର ଅନୁଗୁଳ ଜିଲାରୁ ୨୬, ବାଲେଶ୍ୱର ୫୨, ବରଗଡ ୧୩, ଭଦ୍ରକ ୧୯, ବଲାଙ୍ଗିର ୮, ବଉଦ ୧ ଓ କଟକରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି।

ସେହିଭଳି ଦେବଗଡରୁ ୬, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୩, ଜଗତସିଂହପୁର ୨୩, ଯାଜପୁର ୪୫, ଝାରସୁଗୁଡା ୬, କଳାହାଣ୍ଡି ୨, କନ୍ଧମାଳରୁ ୧୨ ଚିହ୍ନଟ ହୋଇଛନ୍ତି। ଏଥିସହିତ କେନ୍ଦ୍ରାପଡାରୁ ୨୬, କେନ୍ଦୁଝର ୧୦, ଖୋର୍ଦ୍ଧାରୁ ୨୫୬, ମାଲକାନଗିରି ୬ ଓ ମୟୁରଭଞ୍ଜରୁ ୨୮ ଚିହ୍ନଟ ହୋଇଛନ୍ତି। ନୟାଗଡରୁ ୬, ପୁରୀ ୨୧, ରାୟଗଡା ୨, ସମ୍ବଲପୁର ୩୯, ସୁନ୍ଦରଗଡ ୧୩ ଓ ଷ୍ଟେଟପୁଲରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୦୪୩ ସୁସ୍ଥ ହୋଇଥିବାବେଳେ ମୋଟ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୯୭୮୨୪୦ରେ ପହଞ୍ଚିଛି। ସଂପ୍ରତି ରାଜ୍ୟରେ ୧୦୧୮୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।