ବିନା ଭକ୍ତରେ ହେବ ‘ଛତର’ ଯାତ୍ରା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଚଳିତବର୍ଷ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ‘ଛତର’ ଯାତ୍ରା ଉପରେ ଲାଗିଲା କଟକଣା । ଆସନ୍ତା ଅକ୍ଟୋବର ୨୪ ତାରିଖରେ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥର ବିନା ଭକ୍ତରେ କରାଯ଼ିବା ନେଇ ନିଷ୍ପତ୍ତି ହୋଇଛି ।

ଅକ୍ଟୋବର ୨୪ ତାରିଖରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ୨୨ ତାରିଖରୁ ଭବାନୀପାଟଣା ସହର ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗିବ। କୋଭିଡ଼ କଟକଣା ପାଇଁ ଚଳିତ ବର୍ଷ କୌଣସି ଶୋଭାଯାତ୍ରା ମଧ୍ୟ ହେବନାହିଁ। ପୋଲିସର ଘେରା ମଧ୍ୟରେ ଜେନାଖାଲରୁ ମା’ଙ୍କ ଛତର ନୀତିକାନ୍ତି ସହ ମାଣିକେଶ୍ୱରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସବୁଠାରୁ ବଡ କଥା ହେଉଛି ଚଳିତ ବର୍ଷ ପଶୁବଳୀକୁ ବାରଣ କରଯାଇଛି। ପ୍ରତିବର୍ଷ ଏଠାରେ ହଜାର ହାଜର ସଂଖ୍ୟାରେ ପଶୁବଳି ପଡିଥାଏ । ଏପରିକି ବଳି ପରେ ପାଖାପାଖି ୪ କିମି ପର୍ଯ୍ୟନ୍ତ ରାସ୍ତା ରକ୍ତ ରଞ୍ଜିତ ହୋଇଥାଏ। ଯାହା ଏ ବର୍ଷ ଦେଖିବାକୁ ମିଳିବ ନାହିଁ।

ଅନ୍ୟପଟେ ବର୍ଷକୁ ଥରେ ମା ମାଣିକେଶ୍ୱରୀ ଛତର ଯାତ୍ରା ଦିନ ଭକ୍ତଙ୍କୁ ଦର୍ଶନ ଦେବାକୁ ମନ୍ଦିରରୁ ବାହାରକୁ ଆସିଥାନ୍ତି। ଯାହାକୁ ବେଶ ଧୁମଧାମରେ ପାଳନ କରାଯାଏ ଏବଂ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଛୁଟି ଆସିଥାନ୍ତି। ଚଳିତ ବର୍ଷ ବିନା ଭକ୍ତରେ ଏହା ଅନୁଷ୍ଠିତ ହେବାନେଇ ଶୁଣିବା ପରେ ଶ୍ରଦ୍ଧାଳୁ ଦୁଖଃପ୍ରକାଶ କରିଛନ୍ତି।