ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ଗୋଟିଏ ଦିନରେ ୯୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ବୟସର ୧୩୮ ଜଣ ରହିଛନ୍ତି। ଏଥିସହିତ ସଂଗରୋଧରୁ ୫୭୮ ଓ ସ୍ଥାନୀୟ ସଂକ୍ରମିତ ୪୧୫ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରେ ୧୮, ବରଗଡ ୧୦, ଭଦ୍ରକ ୧୨, ବଲାଙ୍ଗିର ୧୩, ବଉଦ ୧ ଓ କଟକରୁ ୯୫ ଜଣ ଚିହ୍ନଟ ହୋଇଛନ୍ତି।
ସେହିଭଳି ଦେବଗଡରୁ ୪, ଢେଙ୍କାନାଳ ୩୨, ଗଜପତି ୧, ଗଞ୍ଜାମ ୫, ଜଗତସିଂହପୁର ୫୧, ଯାଜପୁର ୬୦, ଝାରସୁଗୁଡା ୨, କନ୍ଧମାଳରୁ ୭ ଜଣ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୧୫, କେନ୍ଦୁଝର ୧୦, ଖୋର୍ଦ୍ଧା ୪୧୯, କୋରାପୁଟ ୧, ମାଲକାନଗିରି ୧, ମୟୁରଭଞ୍ଜ ୪୨, ନବରଙ୍ଗପୁର ୧, ନୟାଗଡ ୧୬, ନୂଆପଡା ୧, ପୁରୀ ୨୫, ରାୟଗଡା ୩, ସମ୍ବଲପୁର ୧୧, ସୋନପୁର ୫, ସୁନ୍ଦରଗଡ ୮ ଓ ଷ୍ଟେଟପୁଲରୁ ୯୩ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୧୦୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୭୨୦୮୨୪୮ ନମୁନା ପରୀକ୍ଷା କରାଯାଇସାରିଲାଣି।