ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ

ନୂଆଦିଲ୍ଲୀ: ଏଣିକି ଏନଡିଏ ପରୀକ୍ଷା ଦେଇପାରିବେ ଝିଅ। ଏହି ପରୀକ୍ଷା ଦେଇପାରିବେ ନାହିଁ ବୋଲି ସେନା କୋର୍ଟରେ କହିଥିଲା। କିନ୍ତୁ ଏହା ଲିଙ୍ଗଗତ ବାଛ ବିଚାରକୁ ପ୍ରୋତ୍ସାହିତ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ସେପ୍ଟେମ୍ୱର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅମାନେ ଭାଗ ନେଇପାରିବେ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଝିଅମାନଙ୍କୁ ଏନଡିଏ ଅର୍ଥାତ୍ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ସାମିଲ ହୋଇପାରିବା ନେଇ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ। ମାମଲାର ଶୁଣାଣି ସମୟରେ ସେନା ପକ୍ଷ ରଖି କହିଥିଲା ଯେ ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଅନ୍ତର୍ଭୁକ୍ତ ନକରିବା ଏକ ନୀତିଗତ ନିଷ୍ପତ୍ତି। ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରି କହିଛନ୍ତି ଯେ ଯଦି ଏହି ନୀତି ଏକ ନିଷ୍ପତ୍ତି, ତେବେ ଏହା ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ କରୁଛି।

ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ କରାଯାଉ ବୋଲି କୁଶ କଲରା ନାମକ ବ୍ୟକ୍ତି ଏକ ପିଟିସନ ଦାଖଲ କରିଥିଲେ। ଆବେଦନକାରୀ କହିଥିଲେ ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ ନକରିବାର ଅର୍ଥ ଧାରା ୧୪, ୧୫,୧୬ ଏବଂ ୧୯କୁ ଉଲ୍ଲଂଘନ କରୁଛି।