ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜଧାନୀ ଭୁବନେଶ୍ୱରରେ ୧୮ ବର୍ଷରୁ କମ ବୟସର ପିଲା କରୋନା ସଂକ୍ରମିତ ହେଉଥିବାର ଦେଖିବାକୁ ମିଳିଛି। ୧୮ ବର୍ଷରୁ କମ ବୟସର ପିଲା ୧୯ ଜଣ ସଂକ୍ରମିତ ହୋଇଛନ୍ତି। ୧୯ ଜଣଙ୍କ ମଧ୍ଯରୁ ୫ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି ୧୯ ଜଣ ସଂକ୍ରମିତଙ୍କ ମଧ୍ଯରେ ୧୨ ଜଣ ନାବାଳକ ଓ ୭ଜଣ ନାବାଳିକା ରହିଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି।
ସେହିପରି, ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଖସିବାରେ ଲାଗିଛି। ଭୁବନେଶ୍ୱରରୁ ଆଜି ୧୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସଂଗରୋଧରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଛନ୍ତି।