ଆଫଗାନିସ୍ତାନର ନୂଆ ନାମ ଇସଲାମିକ ଅମିରାତ ଅଫ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରି ତାଲିବାନ ଏବେ ସଂଗଠନ ଦେଶର ନୀତି ସହ ଜଡ଼ିତ ନିଷ୍ପତ୍ତି ନେବା ମଧ୍ୟ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଦେଶ ସ୍ୱାଧୀନତାର ୧୦୨ ବର୍ଷ ପୂର୍ତ୍ତି ଅବସରରେ ତାଲିବାନ ନେତୃତ୍ୱରେ ଆଫଗାନିସ୍ତାନର ନୂଆ ନାମ ଇସଲାମିକ ଅମିରାତ ଅଫ ଆଫଗାନିସ୍ତାନ ରଖାଯାଇଛି ।

ତାଲିବାନ କାବୁଲକୁ କବଜା କରିବାର ଚାରି ଦିନ ପରେ ଏହି ନାମ ରଖାଯାଇଛି । ସୂଚନାଯୋଗ୍ୟ ଅମୀରାତର ଅର୍ଥ ଅମୀରରୁ ହୋଇଛି । ଇସଲାମରେ ଅମୀରର ଅର୍ଥ ହେଉଛି ପମୁଖ ବା ପ୍ରଧାନ । ଏହି ଅମୀର ଅନ୍ତର୍ଗତ ଯେଉଁ ସହର କିମ୍ବା ସ୍ଥାନ ଆସିଥାଏ ତାକୁ ଅମୀରାତ କୁହାଯାଏ । ଏହିଭଳି ଭାବରେ ଇସଲାମିକ ଅମୀରାତ ଅଫ ଫଗାନିସସ୍ତାନର ଅର୍ଥ ହେଲା ଏକ ଇସଲାମିକ ଦେଶ ।