ସ୍କୁଲରେ କିଚେନ ଗାର୍ଡେନ

ଭୁବନେଶ୍ୱର(ଏସ୍ ନ୍ୟୁଜ): ଏଣିକି ରାଜ୍ୟର ସରକାରୀ ସ୍କୁଲରେ ହେବ କିଚେନ ଗାର୍ଡେନ। ଆଉ ଏହି କିଚେନ ଗାର୍ଡେନ ମାଧ୍ୟମରେ ସ୍କୁଲରେ ଚାଷ ହେବ ପନିପରିବା। ଯାହା ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ସହାୟକ ହେବ। ସ୍କୁଲରେ କିଚେନ ଗାର୍ଡେନ ପ୍ରଣାଳୀ ଭୋଜନ ଯୋଜନା ଅଧୀନରେ ଆରମ୍ଭ କରିବେ ରାଜ୍ୟସରକାର। ଏନେଇ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଲେଖାଏ ଟଙ୍କା ଦିଆଯାଇଛି ।

ଏହି କିଚେନ ଗାର୍ଡେନ ପାଇଁ ଉଦ୍ୟାନ କୃଷି ବିଭାଗ କୀଟ ଦେବ । ଏହାକୁ ନେଇ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ପନିପରିବା ଲଗାଯିବ। ସ୍କୁଲ ଖୋଲିବା ପରେ ଏହି ପାନିପରିବାରୁ ହିଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯିବ। ବର୍ତ୍ତମାନ କରୋନା କଟକଣା ଲାଗି ସ୍କୁଲ ବନ୍ଦ ଥିବାରୁ ଏହି ଚାଷ ପ୍ରଣାଳୀରେ କେବଳ ସ୍କୁଲ କତ୍ତୃପକ୍ଷ ସାମିଲ ହେବେ। ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀ ମାନେ ଏହି ଚାଷରେ ସାମିଲ ହେବେ।

ନୂତନ ଶିକ୍ଷା ନୀତି ଅନୁସାରେ କୃଷି ସଂପର୍କିତ ଜ୍ଞାନ ଆହୋରଣ କରିବା ପାଇଁ ଯୋଜନା ଲାଗୁ କରାଯାଇଛି ବୋଲି ରାଜ୍ୟ ସରକାର କହିଛନ୍ତି ।