ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଯୁଦ୍ଧ ବିମାନ ପାଇଁ ଡିଆରଡିଓ ଆଡଭାନ୍ସ ଟେକ୍ନୋଲୋଜି ତିଆରି କରିଛି । ଯାହା ଶତ୍ରୁର ନଜରକୁ ନଆସି ଦେବ ମାତ। ଡିଆରଡିଓ ଯୋଧପୁର ପ୍ରତିରକ୍ଷା ଲ୍ୟାବ ଶତ୍ରୁ ରାଡାର ବିପଦ ବିରୋଧରେ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଁ ବିକଶିତ କରିଛି ଆଡଭାନ୍ସ ଚାଫ୍ଟେକ୍ନୋଲୋଜି।
ବାୟୁସେନାର ଆବଶ୍ୟକତା ପୂରା କରିବା ପାଇଁ ଆଡଭାନ୍ସ ଚାଫ୍ ସାମଗ୍ରୀ ନିର୍ମାଣ କରିଛି। ଚାଫ୍ ହେଉଛି ଏକ ନିଷ୍କ୍ରିୟ ବିସ୍ତାରଯୋଗ୍ୟ ଇଲେକ୍ଟ୍ରୋନିକ୍ କାଉଣ୍ଟର ଟେକ୍ନୋଲୋଜି ଯାହା ନୌସେନାର ଜାହାଜକୁ ଶତ୍ରୁ ରାଡାର ଏବଂ ରେଡିଓ ଫ୍ରିକ୍ୱେନ୍ସି (ଆରଏଫ୍) ଠାରୁ ରକ୍ଷା କରିବା ପାଇଁ ବ୍ୟବହୃତ ହୁଏ। ଏହି ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶତ୍ରୁ କ୍ଷେପଣାସ୍ତ୍ରକୁ ଦୂରେଇ ରଖିବା କିମ୍ବା କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା କରିବା ପାଇଁ ଏହା ବାୟୁରେ ଉତକ୍ଷେପଣ ହୁଏ। ଏଥିରେ ବହୁତ କମ୍ ଚାଫ୍ ସାମଗ୍ରୀ ବ୍ୟବହୃତ ହୋଇଥାଏ।
ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ନୌସେନା ଏବଂ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ଚାଫରେ ଆଲୁମିନିୟମ କିମ୍ବା ଜିଙ୍କର ଛୋଟ ଷ୍ଟ୍ରିପ୍ ବ୍ୟବହାର କରାଯାଏ। ଏହି ଧାତବଗୁଡିକ ରାଡାର ପାଇଁ ପୃଥକ ଲକ୍ଷ୍ୟ ଭାବରେ ଦେଖାଯାଏ ଏବଂ ଏହା କ୍ଷେପଣାସ୍ତ୍ରକୁ ଦ୍ୱନ୍ଦ୍ୱରେ ପକାଇଥାଏ, ଏବଂ ସହଜରେ ଶତ୍ରୁର କ୍ଷେପଣାସ୍ତ୍ରଠାରୁ ପ୍ରତିରକ୍ଷା ବିମାନକୁ ବଞ୍ଚାଇପାରେ।