ଫାର୍ମ ହାଉସ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଫାର୍ମ ହାଉସ ଭତରୁ ଯୁବତୀଙ୍କ ମୃତଦେହ ଜବତ କଲା କମିଶନରେଟ ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥରେ ଥିବା ଏକ ମାର୍ଫହାଉସ ଭିତରେ । ପୁଲିସ ଜବତ କରିଥିବା ଛାତ୍ରୀ ଜଣଙ୍କ ହେଲେ ରମେଶ କୁମାର ମଲ୍ଲିକଙ୍କ କନ୍ୟା କାମିନୀ ପି୍ରୟଦର୍ଶିନୀ ମଲ୍ଳିକ(୧୮) । ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ରମେଶ କହିଛନ୍ତି ଯେ, ଏତେ ରାତିରେ ଫାର୍ମ ହାଉସ ଭିତରକୁ କିପରି ମୋ ଝିଅ ଗଡା । କିଏ ହତ୍ୟା କଲା କାମିନୀଙ୍କୁ । ଏହା ଏକ ହତ୍ୟାକାଣ୍ଡ ନାଁ ଆତ୍ମହତ୍ୟା ସେ ନେଇ ପୁଲିସ ଖୁଲାସା କରିନଥିବାବେଳେ କାମିନୀ ମୃତୁ୍ୟ ନେଇ ଆସିଛି ଅନେକ ତଥ୍ୟ । ଏଠାରେ ପ୍ରଶ୍ନ ଉଠୁଛି ଯେ, କାମିନୀ ବିଳମ୍ବିତ ରାତିରେ ଘରୁ ଚାଲି ଚାଲି ଯାଉଥିବା ସିସିଫୁଟେଜରେ କଏଦ ହୋଇଛି । ହେଲେ ତାଙ୍କୁ କିଏ ଡାକି ନେଇଥିଲା ନାଁ ସେ ଏକେ ଯାଇଥିଲେ । ଯଦି ଯାଇଥିଲେ ଏତେ ରାତିରେ ତାଙ୍କର କାମ କ’ଣ ଥିଲା ଯେ, ରାତି ୨ଟାରେ ସେ ଘରୁ ବାହାରକୁ ବାହାରିଥିଲେ ଆଉ ପରିବାର ଲୋକଙ୍କୁ ଜଣାଇନଥିଲେ । କାମିନୀଙ୍କୁ କିଏ ଦୁର୍ବୃତ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ପୁୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ରମେଶ କୁମାର ମଲ୍ଲିକଙ୍କ ଘର ନୟାଗଡ । ସେ ୮ ବର୍ଷ ଧରି ନନ୍ଦନାକାନନ ରଘୁନାଥପୁରରେ ରହି ଆସୁଥିଲେ ।