ଭୁବନେଶ୍ୱର,(ଏସ୍ ନ୍ୟୁଜ): ମହିଳାଙ୍କୁ ଫେସବୁକରେ କଲ ଗାର୍ଲ ସଜେଇଦେଲେ ପଡ଼ୋଶୀ ଯୁବତୀ।ଏହି ଘଟଣା ଘଟିଛି ଡମଣା ଅଂଚଳରେ। ଏ ନେଇ ଦୀର୍ଘ ୬ମାସ ହେଲା ଅଭିଯୋଗ କରି ମହିଳା ଜଣକ ଥାନାକୁ ଦୌଡ଼ିି ଦୌଡ଼ି ନୟାନ୍ତ ହେଲେଣି, ହେଲେ ନ୍ୟାୟ ମିଳୁନି।
ସୂଚନା ମୁତାବକ ଡମଣାରେ ରହୁଥିବା ଜଣେ ମହିଳାଙ୍କ ସହ ପଡୋଶୀ ଯୁବତୀଙ୍କ ନିବିଡ ସମ୍ପର୍କ ରହିଥିଲା। ଫଳରେ ମହିଳାଙ୍କ ଫେସବୁକ ଆକାଉଣ୍ଟ ନମ୍ବର ଯୁବତୀଙ୍କୁ ଜଣାଥିଲା। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ଏହାର ପ୍ରତିଶୋଧ ନେବାକୁ ଯାଇ ସଂପୃକ୍ତ ମହିଳାଙ୍କ ଫେସବୁକ ଓ ମୋବାଇଲ ନମ୍ବରକୁ ସେକ୍ସ ପର୍ଣ୍ଣ ସାଇଟରେ ଯୁବତୀ ଜଣକ ଆଡ କରି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ମହିଳାଙ୍କ ନମ୍ବରକୁ ଘନ ଘନ କଲ, ମ୍ୟାସେଜ ଓ ଭିଡ଼ିଓ ଆସୁଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ଯୁବତୀ ଜଣଙ୍କୁ ପୋଲିସ ପଚରା ଉଚାର କରି ଅଣ୍ଡର ଟେକିଂ ଦେଇ ଛାଡ଼ିଛି। ହେଲେ ଏବେ ପୁଣିଥରେ ମହିଳାଙ୍କ ମୋବାଇଲକୁ ଅଶ୍ଳିଳ ମେସେଜ ଓ ଭିଡିଓ ଆସୁଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି।