୭୦ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର(ଏସ୍ ନ୍ୟୁଜ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ୭୦ ତମ ଜନ୍ମଦିବସ । ଏଥିପାଇଁ ବିଜେପି ପକ୍ଷରୁ ବିଶେଷ ପ୍ରସ୍ତତି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୪ରୁ ୨୦ ସେପେଟମ୍ବରକୁ ସେବା ସପ୍ତାହ ଭାବେ ପାଳନ କରୁଛି ଦଳ। ଜନ୍ମଦିନରେ ବିଭିନ୍ନ ମହଲରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜନ୍ମଦିନ ଅବସରରେ କଂଗ୍ରେସ ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ବିଶ୍ୱର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ନେଇ ଦେଶ ବିଦେଶରୁ ଜଣାଶୁଣା ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।


ପ୍ରଧାନମନ୍ତ୍ରୀ ଜନ୍ମଦିନକୁ ନେଇ ଦେଶର ପ୍ରତ୍ୟେକ ଜିଲ୍ଲାରେ ବୁଥ ସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ରକ୍ତଦାନ, ପିଲାଙ୍କୁ ପୁସ୍ତକ ବଂଟନ ଓ ହସପିଟାଲରେ ଫଳ ବଂଟନର କାର୍ଯ୍ୟକ୍ରମ କରଯାଇଛି । ଏଥିପାଇଁ ଅଲଗା ଅଲଗା ସେବା ଗତିବିଧି ଆୟୋଜନକରିବାକୁ ବିଜେପି ସଭାପତି ଜେପି. ନଡ୍ଡା କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ମୋଦିଙ୍କ ଜୀବନକୁ ନେଇ ୭୦ ଭର୍ଚୁଆଲ କନଫରେନ୍ସର ମଧ୍ୟ ଆୟୋଜନ କରାଯାଇଛି । ସବୁ ଜିଲ୍ଲା ମୁଖ୍ୟାଳୟରେ ସଫେଇ ଅଭିଯାନର ଆୟୋଜନ ବି କରାଯାଇଛି । କୋଭିଡ ଗାଇଡଲାଇନ ପାଳନ କରି ବିଜେପି କର୍ମୀ ବିଭିନ୍ନ ସହରରେ ଫଳ ବିତରଣ କରିଛନ୍ତି । ୭୦ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଚିଥିବା ବେଳେ ପୁରୀରେ ବାଲୁକାକଳାରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟର ବଡ଼ନଗରରେ ସେ ଜନ୍ମ ହୋଇଥିଲେ ।