ଭୁବନେଶ୍ୱର,(ଏସ୍ ନ୍ୟୁଜ): କଟକ କାଠଯୋଡ଼ି ବ୍ରିଜ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା। ଯୁବତୀ ଜଣଙ୍କ ନୟାଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ସେ କଟକରେ ରହୁଥିବା ପୁଲିସ ସୂଚନା ଦେଇଛି। ତେବେ ଯୁବତୀ ଜଣକ କାହିଁକି ନଦୀ ଭିତରକୁ ଡେଇଁଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି। ପୁଲିସ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଛି। ବ୍ରିଜ ଉପରେ ଥିବା ଯୁବତୀଙ୍କ ସ୍କୁଟି, ମୋବାଇଲ ଫୋନ ଓ ଭ୍ୟାନିଟି ବ୍ୟାଗ୍କୁ ଜବତ କରି ପୁଲିସ୍ ଘଟଣାର ତଦନ୍ତ କରୁଛି।