କିଶନ ପଣ୍ଡା ଜନ୍ମ ରୁ ହାଇନା ରୋଗ ପଡିତ : ଯନ୍ତ୍ରଣା ରେ ରାତିଦିନ ସମାନ,ଅପରେସନ ପାଇଁ ଅର୍ଥ ସାଜିଛି ବାଧକ

ବରଗଡ,(ଏସ୍‌ ନ୍ୟୁଜ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଡୁଙ୍ଗୁରିପାଲି ଗ୍ରାମ ର ଜଗନ୍ନାଥ ମନ୍ଦିର ପୂଜକ ଧନଞ୍ଜୟ ପଣ୍ଡା ଓ ସଙ୍ଗୀତା ପଣ୍ଡା ଙ୍କ ପୁଅ କିଶନ ପଣ୍ଡା (୧୦) ଯେ କି ଜନ୍ମ ରୁ ହାଇନା ରୋଗ ରେ ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ଅବସ୍ଥା ପଡି ରହିଛନ୍ତି । ଧନଞ୍ଜୟ ପଣ୍ଡା ପୁଅର ଚିକିତ୍ସା ପାଇଁ ଧାର କରଜ କରି ପାଇକମାଲ, ପଦ୍ମପୁର , ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସା କରାଇ ଥିଲେ ହେଲେ କିଶନ ରୋଗ ଉପଶମ ହୋଇ ପାରିନାହିଁ । ପୁଅର ଅଣ୍ଟା ରେ ଅପରେସନ ହେବ ବୋଲି ଡାକ୍ତର କହିଛନ୍ତି ବୋଲି ବାପା ଧନଞ୍ଜୟ ଓ ମା ସଙ୍ଗୀତ କହିଛନ୍ତି ।

ଅପରେସନ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି । ହେଲେ ଧନଞ୍ଜୟ ଦୁଇ ପୁଅ ବଡ଼ ପୁଅ କିଶନ ପଣ୍ଡା (୧୦) ୟରସ ପଣ୍ଡା ୫ ମାସ ,ଗୋଟିଏ ଝିଅ ସ୍ନହା ପଣ୍ଡା ( ୮) ପରିବାର ୫ ଜଣ ସଦସ୍ୟ ଅଛନ୍ତି । ସେ ଜଗନ୍ନାଥ ମନ୍ଦିର ପୂଜକ ଭାବେ କାର୍ଯ୍ୟ କରନ୍ତି ସେଥିରୁ ଯାହା ମିଳେ ପରିବାର ଚଳାଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଧନଞ୍ଜୟ ଜଣେ ଭୂମି ହୀନ ଓ ତାଙ୍କର ରାସନ୍ କାର୍ଡ ନଥିବା ବେଳେ କରୋନା କଟକଣା ସମୟରେ ମନ୍ଦିର ବନ୍ଦ ରହୁଥିବା ଯୋଗୁଁ ବହୁ କଷ୍ଟରେ ପରିବାର ଚଳାଉଛନ୍ତି । ପୁଅର ଅପରେସନ ପାଇଁ ଅର୍ଥ ସାଜିଛି ବାଧକ। କିଶନ ର ଯନ୍ତ୍ରଣା ରେ ରାତି ଦିନ ସମାନ ବୋଲି କହିଛନ୍ତି । କୋହଭରା କଣ୍ଠରେ ଭଗବାନ ମତେ ଏତେ ଦଣ୍ଡ କାହିଁକି ଦେଲେ ବୋଲି କିଶନ କାନ୍ଦି କାନ୍ଦି କହିଛନ୍ତି । ପୁଅର ଅପରେସନ ପାଇଁ ପ୍ରଶାସନ ଓ ବଦ୍ୟଦାନ ବ୍ୟକ୍ତି ବିଶେଷଙ୍କ ସହଯୋଗ ସହାୟତା ପାଇଁ କିଶନ ଙ୍କ ବାପା ମାଁ ଧନଞ୍ଜୟ ପଣ୍ଡା ଓ ସଂଗିତା ପଣ୍ଡା ନିବେଦନ କରିଛନ୍ତି ।