ପରଲୋକରେ ବର୍ଷିଆନ ରାଜନେତା କଲ୍ୟାଣ ସିଂହ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ବହୁଦିନ ଧରି ଅସୁସ୍ଥ ଥାଇ ହସ୍ପିଟାଲରେ ଚକିତ୍ସିତ ହେଉଥିଲେ ଭେଟେରାଲ ରାଜନେତା କଲ୍ୟାଣ ସିଂହ । ସେ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଥିଲେ ।

କଲ୍ୟାଣ ସିଂହଙ୍କ ବିଯୋଗ ଭାରତୀୟ ରାଜନୀତିରେ ଅପୂରଣୀୟ କ୍ଷତି ପହଞ୍ଚାଇଛି । ରାମ ମନ୍ଦିର ନିର୍ମାଣ ପାଇଁ ତାଙ୍କର ଅବଦାନ ଯାହାକି ତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡିବାକୁ ପଡିଥିଲା । ଏହି ସକ୍ରିୟତାକୁ ଦେଶବସୀ କେବେ ଭୁଲିପାରିବେ ନାହିଁ ।
ଇତିହାସ ସବୁବେଳେ କଲ୍ୟାଣ ସିଂହଙ୍କ ଦେଶପାଇଁ ଯୋଗଦାନକୁ ମନେ ରଖିବ । ଭାରତୀୟ ରାଜନୀତିର ମହତ୍ତ୍ବପୂର୍ଣ୍ଣ ଅଙ୍ଗ ଥିଲେ କଲ୍ୟାଣ ସିଂହ ।
ସୂଚନାଯୋଗ୍ୟ, ୮୯ ବର୍ଷୀୟ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହଙ୍କୁ ଗତ ଜୁଲାଇ ୪ ତାରିଖରେ ଅସୁସ୍ଥ ହୋଇପଡିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟପାଳ ଅନନ୍ଦୀବେନ ପଟେଲ ହସ୍ପିଟାଲରେ ପହଞ୍ଚି କଲ୍ୟାଣ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଥିଲେ ।