ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୯୬ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୦୦,୯୩୭ରେ ପହଁଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୯,୮୪,୨୨୪ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୨୮୬ ତାପରେ କଟକ ଜିଲାରୁ ୧୪୦ ଥିବାବେଳେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୪୬,ବରଗଡ ୧୨, ଭଦ୍ରକ ୧୮, ବଲାଙ୍ଗିର ୨,ଦେବଗଡ ୧୩, ଢେଙ୍କାନାଳ ୯, ଗଜପତି ୧, ଗଞ୍ଜାମ ୧୧, ଜଗତସିଂହପୁର ୩୨, ଯାଜପୁର ୩୩, ଝାରସୁଗୁଡା ୨, କାଲାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୧, କେନ୍ଦୁଝର ୧୬, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨୧, ନୟାଗଡ଼ ୨୨, ପୁରୀ ୩୫, ରାୟାଗଡା ୪, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୨ ଏବଂ ରାଜ୍ୟ ପୁଲରୁ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।