ନୂଆଦିଲ୍ଲୀ: କାବୁଲରୁ ଭାୟା ତାଜିକସ୍ତାନ ଦେଇ ଦିଲ୍ଲୀ ଫେରିଲେ ୮୭ ଭାରତୀୟ। ଭାରତୀୟ ବିମାନରେ ୨ ଜଣ ନେପାଳି ନାଗରିକ ଫେରିଥିବା ସୂଚନା। ସେହିପରି ଦୋହା ଦେଇ କାବୁଲରୁ ଫେରୁଛନ୍ତି ଆଉ ୧୩୫ ଭାରତୀୟ। ତେବେ ଭାରତ ଫେରିବା ସମୟରେ ବିମାନରେ ଗୁଞ୍ଜରିତ ହୋଇଥିଲା ଭାରତ ମାତା କି ଜୟର ଗୁଣୁ ଗୁଣୁ ଗୁଣଗାନ।
ଭାରତୀୟ ଦୂତାବାସର ସମସ୍ତ କର୍ମଚାରୀଙ୍କୁ ଉଦ୍ଧାର କରାଯଇଛି, କିନ୍ତୁ ଏବେବି ଅନେକ ଭାରତୀୟ ଆଫଗାନିସ୍ତାନରେ ବି ଫଶି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ଆମେରିକୀୟ ଦୂତାବାସ ସହିତ ମିଶି କାମ କରୁଛି । ଏଥିପାଇଁ ସ୍ୱତନ୍ତ୍ର ଆଫଗାନିସ୍ତାନ ସେଲ୍ ଗଠନ କରିଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ସୂଚନା ଥାଉକି,ଗତ ୬ ଦିନ ଭିତରେ ୨୫୦ ଭାରତୀୟ ନାଗରିକ ଭାରତ ଫେରିଛନ୍ତି ।