ବରଗଡ,(ଏସ୍ ନ୍ୟୁଜ୍): ପଦ୍ମପୁର ଆରବି ହାଇସ୍କୁଲ ପ୍ରାଙ୍ଗଣରେ ଅବସ୍ଥିତ ମେହେର କବିଙ୍କ ସ୍ମୃତି ପୀଠ ପରିସରରେ,ମେହେର କବି ପରିଷଦ ତରଫରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ,କୋଭିଡ କଟକଣା ଭିତରେ,ଏକ ନିରାଡ଼ମ୍ବର ପରିବେଶ ଭିତରେ ଅନୁଷ୍ଠିତ ହୋଇ ଯାଇଛି । ପରିଷଦ ର ସ୍ଥାୟୀ ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ମେହେର କବିଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରି ନଡିଆ ବାଡେଇ ଉତ୍ସବ ରେ ଉଦଘାଟନ କରିଥିଲେ । ସଭାପତି ପ୍ରଫେସର ଡଃ ପ୍ରମୋଦ କୁମାର ପାଢୀ କବିଙ୍କ ବିଭିନ୍ନ କାବ୍ଯ କବିତା ସଂପର୍କ ରେ ଆଲୋଚନା କରିଥିଲେ । ଏଇ ଅବସରରେ ନାଟ୍ୟକାର ଅଶୋକ କୁମାର ବହିଦାର,ମନୋଜ ପଣ୍ତା,କରୁଣା କର ମେହେର,ସୁରେଶ ମେହେର,ଡଃ ଜୟ କେତନ ତ୍ରିପାଠୀ,ଚତୁର୍ଭୁଜ ମେହେର,ମନୋଜ ମେହେର,ରାଜେନ୍ଦ୍ର ମହାନ୍ତି,ପ୍ରୀତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦକ ଶେଷ ଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।