ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଜଳେଶ୍ୱର: ମହାମାରୀ କରୋନା ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ଏବେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ ଆଜି ସୋମବାର ଠାରୁ ଖୋଲିଛି ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। କୋଭିଡ କଟକଣା ଅନୁଯାୟୀ ଭକ୍ତମାନେ ବ୍ୟାରିକେଡରେ ଯାଇ ବାବାଙ୍କୁ ଦର୍ଶନ କରୁଛନ୍ତି। କୋଭିଡ ନିୟମ ଅନୁଯାୟୀ ଜାରୀ ହୋଇଛି ଏସ ଓପି। ଶ୍ରଦ୍ଧାଳୁମାନେ ମନ୍ଦିର  ମଧ୍ୟକୁ  କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏଥିସହ ତୁଣ୍ଡି ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା  ସୂଚନା ଦିଆଯାଉଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି।