ପୁରୀ,(ଏସ୍ ନ୍ୟୁଜ): ପୁରୀ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର । ଏହାଛଡା ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ । ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ । ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର। ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ନିଷ୍ପତ୍ତି ନିଆଯାଇଛି ।