ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ପାଇଲେ କ୍ରାନ୍ତି ଓଡ଼ିଶା ସମ୍ମାନ – ୨୦୨୧

ବରଗଡ,(ଏସ୍‌ ନ୍ୟୁଜ): ଦୀର୍ଘ ୬ ବର୍ଷ ଧରି କଟକ ରୁ ପ୍ରକାଶ ହୋଇ ଆସୁଥିବା କ୍ରାନ୍ତି ଓଡିଶା ର ସ୍ବ-ନକ୍ଷତ୍ର ଦିବସ ନିଜ କାର୍ଯ୍ୟାଳୟ ମିଟିଙ୍ଗ ହଲ ଠାରେ ପାଳିତ ହୋଇଯାଇଛି l ବର୍ତ୍ତମାନ ଯୁଗକୁ ଦୃଷ୍ଟିରେ ନେଇ ଦୁଇ ବର୍ଷ ହେବ ଡିଜିଟାଲ ଭାବେ କ୍ରାନ୍ତିଓଡିଶା ଅନବରତ ପ୍ରକାଶିତ ହୋଇ ଚାଲିବା ସହିତ ପାଠକ ମାନଙ୍କ ପାଖରେ ଖୁବଶିଘ୍ର ଆଦୃତ ହୋଇ ପାରିଛି l ତାକୁ ଭିତ୍ତ କରି ଏକାସାଥିରେ କ୍ରାନ୍ତି ଓଡିଶା ଷଷ୍ଠ ତମ ସ୍ବ-ନକ୍ଷତ୍ର ଦିବସ ଓ ୨ୟ ଡିଜିଟାଲ ନିଉଜ ସ୍ବ-ନକ୍ଷତ୍ର ପାଳନ କରିଛି l ମୁଖ୍ୟସମ୍ପାଦକ ଅଭିଷେକ ଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥି ଭାବେ କଟକ ବାରବାଟି ନିର୍ବାଚନ ମଣ୍ଡଳୀ ର ବିଧାୟକ ମହମ୍ମଦ ମୋକିମ୍, ସମ୍ମାନିତ ଅତିଥି ଭାବେ ମାରୱାଡି ସମାଜ ର ପୂର୍ବତନ ଅଧ୍ୟକ୍ଷ ବିଜୟ ଖଣ୍ଡେଲୱାଲ,ସି.ଏମ.ଏସ ପରାମର୍ଶଦାତା ରମଣ ବାଗଡିଆ,ସୁରେଶ କମାନୀ,କଟକ ମହାନଗର ନିଗମର କରୋନା ନିୟନ୍ତ୍ରଣ କକ୍ଷ ଅଧିକାରୀ ଡାକ୍ତର ସ୍ମୃତି ରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ଓଡ଼ିଶା ର ପୁରପଲ୍ଲୀ ରୁ ଆସିଥିବା ସାମ୍ବାଦିକ ବନ୍ଧୁ ମାନଙ୍କୁ ଉତ୍ସାହିତ କରିଥିଲେ l ଏ ଅବସରରେ ଓଡ଼ିଶା ର କୋଣ ଅନୁକୋଣ ର ତଥ୍ୟ କୁ ନେଇ ନିଷ୍ଠାପର ଭାବେ ସମାଜ ସଂସ୍କାର କ୍ଷେତ୍ରରେ ବରଗଡ ଜିଲ୍ଲା ପଦ୍ମପୁର ର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ ତାଙ୍କ ଲେଖନୀ ମୁନ ରୁ ସୃଷ୍ଟି ନିରାଟ ସତ୍ୟ ସମ୍ବାଦମାନ ପରିବେଷଣ କରି ସମାଜରେ ସଂସ୍କାର ଆଣିବା ଲକ୍ଷ୍ୟରେ ପ୍ରଚେଷ୍ଟା ଜାରି ରଖିଥିବା ହେତୁ ଅନୁଷ୍ଠାନ ତରଫରୁ କ୍ରାନ୍ତି ଓଡିଶା ସମ୍ମାନ-୨୦୨୧ ରେ ତାଙ୍କୁ ମର୍ଯ୍ୟାଦା ସହକାରେ ଉପଢୌକନ ସହ ସମ୍ମାନିତ କରାଯାଇଥିଲା l ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଏଇ ସମ୍ମାନ ଓଡ଼ିଶା ର ଜଣେ ଲେଖାଏଁ ସାମ୍ବାଦିକ ଙ୍କୁ ସମ୍ମାନିତ କରାଯାଇ ଆସୁଅଛି lଦେଶରେ ଅନ୍ୟାନ୍ୟ ଅତ୍ୟାଚାର, ବ୍ୟଭିଚାର ଏମିତି ଅନେକ ସମସ୍ୟା ଉପରେ ସମସ୍ୟା ବଢ଼ିଚାଲିଛି lଅନ୍ୟାୟ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା କ୍ରାନ୍ତି ଓଡିଶା ର ମୂଳ ଲକ୍ଷ୍ୟ ଏବଂ ବହୁ କମ ସମୟ ଭିତରେ ଅନେକ ପାଠକ ଙ୍କ ଆଗରେ ଡିଜିଟାଲ କ୍ରାନ୍ତିଓଡିଶା ଆଦୃତ ହୋଇ ପାରିଥିବାରୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ l ଶେଷ ରେ ଏକସ୍ୱର ରେ ଭାରତ ମାତା ଙ୍କୁ ସମ୍ମାନ ଜଣାଇ ଜାତୀୟ ସଙ୍ଗୀତ ଗାନ ପରେ ସଭାକାର୍ଯ୍ୟ ସାଙ୍ଗ ହୋଇ ଥିଲା l