ପୁରୀ: ଗଜପତି ମହାରାଜ ଶ୍ରୀ ଦିବ୍ୟାସିଂହ ଦେବଙ୍କ ଅଧ୍ୟକ୍ଷତାରେ ନବ ଗଠିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି (SJTMC) ର ପ୍ରଥମ ବଠକ ଅନୁଷ୍ଠିତ ହୋଇଯାଇଛି । କମିଟିରେ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା।
ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ୟ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର । ପ୍ରାୟ ୪ଶହ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୮ଏକର ଜମିରେ ଘର ନିର୍ମାଣ ହେବ। ଲ୍ୟାଣ୍ଡ ସବକମିଟି ଏହାକୁ ଅନୁମୋଦନ କରିବ । ଘର ନିର୍ମାଣ ପାଇଁ ପ୍ରତି ସେବାୟତଙ୍କୁ ୬ ଶହ ବର୍ଗଫୁଟ ଜମି ଓ ଦୁଇଲକ୍ଷ ଟଙ୍କା ଦିଆଯିବ।

ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଭଲ ପ୍ଲାନିଂ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସହ ମିଶି ୫ବର୍ଷିଆ ରକ୍ଷଣାବେକ୍ଷଣ ପ୍ଲାନ୍ କରାଯିବ । ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି। ଅର୍ଥ ସବକମିଟି ବଜେଟ୍ ଆସନ୍ତା ପରିଚାଳନା କମିଟିରେ ହେବ। ହେରିଟେଜ କରିଡର୍ ପାଇଁ ଅନେକ ଅନୁମୋଦନ ହୋଇଛି। NMA ଅନୁମୋଦନ ଖୁବଶୀଘ୍ର ଦେବ ।
ସେହିପରି ଆସନ୍ତା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ ହେବ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳକୁ ମିଳିବ । ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।