କାବୁଲରେ ସିରିଜ୍ ବିସ୍ଫୋରଣ : ବିଶ୍ଵବ୍ୟାପୀ ପ୍ରତିକ୍ରିୟା

କାବୁଲ: କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକରେ ବଡଧରଣର ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ବେଳେ ୧୩ମୃତ ନେଇ ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ ଏହି ବିସ୍ଫାେରଣରେ ଏଯାବତ୍ ୧୩ମୃତ,୨୫ ରୁ ଅଧିକ ଗୁରୁତର ଆହତ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରଳାଳୟ ପକ୍ଷରୁ ସୂଚନା । ଦୁଇ ଆମେରିକୀୟ ଅଧିକାରୀଙ୍କ ଅନୁସାରେ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଥିବା ବେଳେ କିଛି ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣ ସମୟରେ ଭୟଭୀତ ହୋଇ ଲୋକେ ଦୌଡାଦୌଡି କରୁଥିବା ନଜର ଆସିଛି । ପେଣ୍ଟାଗନର ମୁଖପାତ୍ର ଜନ୍ କିରବି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି । କ୍ଷୟକ୍ଷତି ଏବଂ ମୃତାହତ ନେଇ ଅଧିକ ସୂଚନା ମିଳିନଥିବା ଟ୍ୱିଟ୍ କରିଛନ୍ତି । ତେବେ ଏହାକୁ ଏକ ଆତ୍ମଘାତୀ ମାମଲା ବୋଲି ଅନୁମାନ କରାଯାଉଛି । ଏସମ୍ପର୍କରେ ହ୍ୱାଇଟ୍ ହାଉସ ପକ୍ଷରୁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଇଟାଲୀର ଏକ ସେନା ବିମାନ କାବୁଲ ବିମାନବନ୍ଦରରୁ ଉଡାଣ ଭରିବା ପରେ ତା ଉପରେ ଫାୟାରିଙ୍ଗ କରାଯାଇଥିଲା। ତେବେ ଏଥିରେ ବିମାନର କେହି ବି ଆହତ ହୋଇନଥିଲେ।ଅନ୍ୟପଟେ ତାଲିବାନ ପକ୍ଷରୁ ନାଗରିକଙ୍କୁ ନେବା ପାଇଁ ୩୧ ଅଗଷ୍ଟ ଡେଡଲାଇନ୍‌ ଧାର୍ୟ୍ୟ କରିବା ପରେ କାବୁଲ ଏୟାରପୋର୍ଟରେ ଭିଡ଼ ଆଶାତୀତ ଭାବେ ବୃଦ୍ଧି ପାଇଛି। ଅନେକ ଦେଶ ନିଜ ନିଜର ନାଗରିକଙ୍କୁ ନେବା ପାଇଁ ବିମାନ ପଠାଉଛନ୍ତି। କିନ୍ତୁ ଭୟରେ ଥିବା ଆଫଗାନ ନାଗରିକ ଏହି ସବୁ ବିମାନରେ ବସି ଦେଶ ଛାଡ଼ିବାକୁ ପ୍ରଚେଷ୍ଟା ଜରି ରଖିଛନ୍ତି। ଆଇଏସ୍ ପକ୍ଷରୁ ଆକ୍ରମଣ ନେଇ ଧମକ ଦିଆଯାଇଥିଲା । ତେବେ ଏହି ଘଟଣା ପରେ ଜନସାଧାରଣଙ୍କୁ କାବୁଲ ଏୟାରପୋର୍ଟରୁ ଦୂରେଇ ରହିବା ପାଇଁ ଅନୁରୋଧ କରାଯାଇଛି ।
ସୂଚନା ଥାଉକି,ଏହି ବିସ୍ଫାେରଣ ପରେ ବିଶ୍ଵବ୍ୟାପୀ ପ୍ରତିକ୍ରିୟା ବହୁତ ପରିମାଣରେ ଆଶଙ୍କା ସୃଷ୍ଟି କରିଛି ।