୧୩ ସହିଦଙ୍କୁ ସମ୍ମାନ, ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇରହବି

ଆମେରିକା: କାବୁଲରେ ବିସ୍ଫୋରଣରେ ୧୩ ଆମେରିକୀୟ ସୈନିକ ସହିଦ ହୋଇଛନ୍ତି । ମୃତ୍ୟୁ ପରେ ଆଫଗାନିସ୍ତାନରେ ଆମେରିକା ପୁଣି ସକ୍ରିୟ ଥିବା ଜଣାପଡିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେ କ୍ଷମା କରିବୁ ନାହିଁ, ଆମେ ଆପଣଙ୍କୁ ପାଇବୁ ଏବଂ ଦଣ୍ଡ ଦେବୁ । ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମିଶନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ସମୟରେ, ସହିଦଙ୍କୁ ସମ୍ମାନ ଜଣାଇ ଆମେରିକାର ଜାତୀୟ ପତାକା ଅର୍ଦ୍ଧନିମିତ ହୋଇ ରହବି । ମିଳିଥିବା ସୂଚନା ଅନୁଯାୟୀ, ଆମେରିକାର ଜାତୀୟ ପତାକା ଅଗଷ୍ଟ ୩୦ ପର୍ଯ୍ୟନ୍ତ ଅଧା ନଇଁ ରହିବ । ସୂଚନାଯୋଗ୍ୟ, କାବୁଲ ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିବାବେଳେ ଏଥିରେ ୧୮ ରୁ ଅଧିକ ସୈନିକ ଆହତ ହୋଇଛନ୍ତି ।