ଲିଙ୍ଗରାଜ ମନ୍ଦିରରେ ଏଏସଆଇ ଟିମ୍‌

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ଲିଙ୍ଗରାଜ ମନ୍ଦିରରେ ସିଂହଦ୍ୱାର କବାଟ ମରାମତି, ଗର୍ଭଗୃହରେ ପାଣି ଗଳିବା ଘଟଣାରେ ଏଏସଆଇ ଟିମ୍‌ ଅନୁଧ୍ୟାନ କରୁଛି । ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର କବାଟ ମରାମତି ଓ ବର୍ଷା ଦିନେ ଗର୍ଭଗୃହରେ ପାଣି ଗଳୁଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଆଜି ଏଏସଆଇ ଟିମ୍‌ ମନ୍ଦିରରେ ପହଁଚି କବାଟ ମରାମତି ଓ ପାଣି ଗଳିବା ଘଟଣାର ଅନୁଧ୍ୟାନ କରୁଛନ୍ତି । ଅନୁଧ୍ୟାନ ବେଳେ ଏଏସଆଇ ସୁପରିଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟଙ୍କ ସହ ବରିଷ୍ଠ ଅଧିକାରୀ, ବିଏମ୍‌ସି କମିଶନର ସଞ୍ଜୟ ସିଂ, ବିଭିନ୍ନ ନିଯୋଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି ।