ଭିଜିଲାନ୍ସ ଜାଲରେ ଲାଚୁଂଆ ବିଜେପୁର ବିଡିଓ

ବିଜେପୁର : ଭଡା ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଜାଲରେ ଲାଚୁଂଆ ବିଜେପୁର ବିଡିଓ ପଦ୍ମନାଭ ସାମନ୍ତଙ୍କୁ ଧରିଛି ଭିଜିଲାନ୍ସ । ଗାଡିରେ ୩ ଲକ୍ଷ ୫୧ ଶହ ଟଙ୍କା ନେଇ ଯାଉଥିଲେ ବିଡିଓ । ଏହି ବଡ ରକମର ଟଙ୍କାକୁ ନେଈ ଯାଉଥିବା ସମୟରେ ବିନିକା ବ୍ରିଜ୍ ନିକଟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସାଙ୍ଗରେ ନେଉଥିବା ଟଙ୍କାର ହିସାବ ସେ ଦେଇ ନପାରିବାରୁ ଅଟକ ରଖିଥିଲା ଭିଜିଲାନ୍ସ । ବର୍ତମାନ ତାଙ୍କୁ ସୁବର୍ଣ୍ଣପୁର ଭିଜିଲାନ୍ସ ଅଫିସ୍ ନେଇ ପଚରାଉଚରା କରାଯାଉଛି । ପରବର୍ତି ସମୟରେ ତାଙ୍କର ସମ୍ପତି ଭିଜିଲାନ୍ସ ଖୋଳତାଡ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।