କାବୁଲ: ଆଜି ସକାଳ ସାଢେ ୬ଟା ସମୟରେ କାବୁଲ ବିମାନ ବନ୍ଦର ଉପରେ ପୁଣିଥରେ ରକେଟ ମାଡ ହେବା ପରେ ସାରା ସହର ଧୂଆଁମୟ ହୋଇଯାଇଥିଲା । ବିମାନ ବନ୍ଦର ପାଖରେ ଥିବା ଏକ କାର ଉପରକୁ ଏହି ରକେଟ ମାଡ ହୋଇଥିବା ସୂଚନା ରହିଛି । ଅନ୍ୟ ରକେଟ ଗୁଡିକୁ ଏୟାରପୋର୍ଟର ଡିଫେନ୍ସ ସିଷ୍ଟମ୍ ନଷ୍ଟ କରିଦେଇଛି । ତେବେ ଏହି ରକେଟ ମାଡ କିଏ କରିଛି ସେନେଇ ସ୍ପଷ୍ଟ ହୋଇନାହିଁ ।ସୂଚନା ମୁତାବକ, କାବୁଲ ଛାଡିବାକୁ ଆମେରିକା ସେନାକୁ ୩୧ ଅଗଷ୍ଟ ଯାଏଁ ସମୟ ଦିଆଯାଇଛି । ସେପର୍ଯ୍ୟନ୍ତ କାବୁଲ ବିମାନ ବନ୍ଦର ଓ ଆଖପାଖ ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣରେ ୧୩ ଜଣ ଆମେରିକା ସେନା ସହ ଶତାଧିକ ଆଫଗାନି ପ୍ରାଣ ହରାଇଥିଲେ।