ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ସମସ୍ତ କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଭକ୍ତମାନେ ଆଜିଠୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରେିବେ । ଏଥିପାଇଁ ଶ୍ରଦ୍ଧାଳୁ ତଥା ଭକ୍ତଙ୍କ ପାଇଁ ବିଏମସି ପକ୍ଷରୁ କୋଭିଡ ଗାଇଡ ଲାଇନ ଜାରି କରାଯାଇଛି । ବିଏମସି ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଦର୍ଶନାର୍ଥୀ ଦୁଇ ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ । ଦୁଇ ଡୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ମିଳିବ । ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଦର୍ଶନାର୍ଥୀମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ବୋଲି କଡ଼ା ନିର୍ଦେଶ ରହିଛି ।
ଟ୍ରଷ୍ଟ ବୋ଼ର୍ଡ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ମନ୍ଦିର ଭିତରକୁ ଥରକେ ଅତି ବେଶିରେ ୧୦୦ ଜଣ ଭକ୍ତ ପ୍ରବେଶ କରିବେ ଓ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ । ସେବାୟତମାନେ ଭକ୍ତମାନଙ୍କଠାରୁ କୌଣସି ପ୍ରକାର ଭୋଗରାଗ ଗ୍ରହଣ କରିପାରିବେ ନାହିଁ ଓ ମନ୍ଦିର ଭିତରକୁ ବିନା ମାସ୍କରେ ପ୍ରବେଶ ନିଷେଧ ରହିଛି । କୋଭିଡ ଗାଇଡଲାଇନ୍ ପାଳନ ସହ ସେବାୟତ ଏବଂ ଶ୍ରଦ୍ଧାଳୁଙ୍କ ଡବଲ୍ ଡୋଜ୍ ଟିକାକରଣ ବାଧ୍ୟତାମୂଳକ କରାଯାଇଛି ।
ବିଏମସି ଦ୍ୱାରା ତିଆରି କରାଯାଇଥିବା ବ୍ୟାରିକେଡ ଭିତରେ ଧାଡ଼ିରେ ପରସ୍ପରଠାରୁ ୨ ମିଟର ଅର୍ଥାତ ୬ ଫୁଟ୍ ଦୂରତା ରକ୍ଷା କରି ଯିବେ । ସେବାୟତ କିମ୍ବା ଶ୍ରଦ୍ଧାଳୁ କାହାଠାରେ ବି ଥଣ୍ଡା ଓ କାଶର ଲକ୍ଷଣ ଥିଲେ, ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ । ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କର ମନ୍ଦିର ସିଂହଦ୍ୱାରରେ ର୍ଥମାଲ ସ୍କ୍ରିଂନି କରାଯିବ । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ଉପରେ ପ୍ରାଧାନ୍ୟ ଦିଆଯାଇଛି।