କ୍ରାଫ୍ଟ ଭିଲେଜରେ ବିକ୍ରି ହେବ ପିପିଲି ଚାନ୍ଦୁଆ

ପିପିଲି,(ଏସ୍‌ ନ୍ୟୁଜ): ବେଶ କିଛି ବର୍ଷ ତଳୁ ନର୍ମାଣ ହୋଇଥିଲେ ବି କାରିଗରଙ୍କ କାମରେ ଆସୁନଥିବା କ୍ରାଫ୍ଟ ଭିଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡିଛି ପୁରୀ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସମର୍ଥ ବର୍ମା ପିପିଲି ଓରକଳା ସ୍ଥିତ କ୍ରାଫ୍ଟ ଭିଲେଜ ପରିଦର୍ଶନ କରିବା ପରେ ଚାନ୍ଦୁଆ ବ୍ୟବସାୟ ବଢିବା ନେଇ ଆଶା ରଖିଛନ୍ତି କାରିଗର ଓ ବ୍ୟବସାୟୀ। ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିବା କ୍ରାଫ୍ଟ ଭିଲେଜ ପୁଣି କାର୍ଯ୍ୟକ୍ଷମ ହେବ । ମାନ୍ଦା ପଡିଥିବା ପିପିଲି ଚାନ୍ଦୁଆର ଭଲ ବ୍ୟବସାୟ ହେବ । ୮ କୋଟି ବ୍ୟୟରେ ପିପିଲିର ଓରକଳ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କ୍ରାଫ୍ଟ ଭିଲେଜ ଖୋଲିବା ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି