ଭୁବନେଶ୍ୱର(ଏସ୍ ନ୍ୟୁଜ): କଟକ- ଭୁବନେଶ୍ବର ଦ୍ବୈତ ନଗରୀରେ କରୋନାର ନୂଆ ରଣନୀତିକୁ ନେଇ ସାବାଡ଼ ହୋଇଛନ୍ତି ଅମାନିଆ। ଆଉ ଏହି ଅମାନିଆଙ୍କୁ ଠାରୁ ୨ ହଜାର ୭୫୨ଜଣ ଜରିମାନା ଆଦାୟ କରାଯାଇଛି। କୋଭିଡ୍ କଟକଣା ମାନୁ ନ ଥିବା ଅଭିଯୋଗରେ ଭୁବନେଶ୍ବରର ୧୯ଟି ଦେକାନକୁ ସିଲ୍ କରାଯାଇଛି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଟୁଇଟ୍ ଯୋଗେ ସୂଚନା ଏନେଇ ଦେଇଛନ୍ତି ।
ଟ୍ୱିନସିଟିରେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ସଜାଗ ହୋଇ ରହିଛି କମିସନରେଟ୍ ପୁଲିସ । ପୋଲିସ ଦୋକାନଗୁଡିକୁ ଯାଞ୍ଚ କରବଥୁବା ବେଳେ ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଦ୍ବୈତ ନଗରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିୟମ ଉଲ୍ଲଘଂନକାରୀଙ୍କୁ ସବଡ଼ କରିବାକୁ ନିର୍ଦ୍ଦେଶ ଦେବା ପରେ ଅଧିକ କ୍ରିୟାସୀଳ ହୋଇଛି କମିସନରେଟ୍ ପୁଲିସ ।

ଅନ୍ୟପଟେ ଦ୍ବୈତ ନଗରୀର ଯାଞ୍ଚ ସମୟରେ ପୁଲିସର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୁଲିସ କମିସନର୍ ।କାର୍ଯ୍ୟଧାରାକୁ ଅଧିକ ତ୍ଵରାନିତ୍ଵ କରିବା ପାଇଁ ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଞ୍ଚ କରାଯାଉଥିବା ଜଣାଯାଇଛି । ତେବେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପୋଲିସ କମିସନର ।