କଟକ,(ଏସ୍ ନ୍ୟୁଜ): ଦୀର୍ଘ ୭ ବର୍ଷ ପରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିଲା କମିଶନରେଟ୍ ପୁଲିସ। ସେ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଛି। ପୁଲିସ ତା’ଠାରୁ ପିସ୍ତଲ ଓ ଗୁଳି ଜବତ କରିଛି। ସେ ଧଳସାମନ୍ତ ବ୍ରଦର୍ସରେ ସହଯୋଗୀ ଥିବା ପୁଲିସ କମିଶନରେ ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି। ୨୦୧୪ ମସିହାରେ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ଓରଫ ଫାରୁକଙ୍କୁ ତାଙ୍କ ଗୋଦାମ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ନାୟକ ଓରଫ ଶଙ୍କର ଫେରାର ଥିଲା। ଦୀର୍ଘ ୭ ବର୍ଷ ପରେ ତାକୁ କମିଶନରେଟ୍ ପୁଲିସ ଷ୍ଟେସନ୍ ଅଞ୍ଚଳରୁ ଆଜି ଗିରଫ କରିବାରେ ସଫଳ ହୋଇଛି। ପୁଲିସ ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ସେ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।