ଭୁବନେଶ୍ୱର,(ଏସ୍ ନ୍ୟୁଜ): ବିଜେବି କଲେଜର ଦୁଇ ଛାତ୍ରାବାସର ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଗତକାଲି ଏହି ଦୁଇ ଗୋଷ୍ଠୀଙ୍କ ଭିତରେ ହୋଇଥିଲା ଗଣ୍ଡଗୋଳ। ଆମ୍ବେଦକର ଓ ଖାରବେଳ ଛାତ୍ରାବାସ ମଧ୍ୟରେ ଗଣ୍ଡଗୋଳ ହୋଇଛି। ହଷ୍ଟେଲରେ ପଶି ଦୁଇ ଗୋଷ୍ଠୀର ଛାତ୍ର ବ୍ୟାପକ ଭଙ୍ଗାରୁଜ୍ଜା କରିଛନ୍ତି। ଏଥିରେ ୧୦ ଜଣ ଛାତ୍ର ଆହତ ହୋଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ବୁଝା ସୁଝା କରୁଥିବା ଜଣାଯାଇଛି|