ରାଜ୍ୟରେ ୬୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୨ ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି। ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୫୫ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୮ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୩, ଅନୁଗୋଳରୁ ୧୨, ବାଲେଶ୍ୱରରୁ ୩୧, ବରଗଡ଼ରୁ ୯, ଭଦ୍ରକରୁ ୧୮, ବଲାଙ୍ଗିରରୁ ୪, ଦେବଗଡ଼ରୁ ୪, ଢେଙ୍କାନାଳରୁ ୮, ଗଜପତିରୁ ଜଣେ, ଗଞ୍ଜାମରୁ ୫, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୫, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ୮, କୋରାପୁଟରୁ ୬, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୧, ନବରଙ୍ଗପୁରରୁ ୫, ନୟାଗଡ଼ାରୁ ୫, ପୁରୀରୁ ୨୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟ୍‌ ପୁଲ୍‌ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି।