ଭୁବନେଶ୍ୱର(ଏସ୍ ନ୍ୟୁଜ) : ରାଜ୍ୟରେ ଅକ୍ଟୋବର ୧୨ରୁ ୧୯ ଯାଏ ହେବ ଓଜେଇଇ ପରୀକ୍ଷା । ଏନେଇ ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ହେବ ପରୀକ୍ଷା । ରାଜ୍ୟ ବାହାରେ ରାଞ୍ଚି, ପାଟନା ଓ କୋଲକାତାରେ ବି ପରୀକ୍ଷା ପାଇଁ କେନ୍ଦ୍ର ହୋଇଛି । ଏଥର ସିବିଟି ବା କମ୍ପୁଟର ଭିତ୍ତିକ କରୀକ୍ଷା ହେବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।
ସୂଚନାଥାଉକି ,କରୋନା ଯୋଗୁଁ ମେ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଜେଇଇ ପରୀକ୍ଷା ସ୍ଥଗିତ ରହିଥିଲା । ଆଉ ଏଥିପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ବେଶ ଚିନ୍ତାରେ ରହିଥିଲେ । ବର୍ତ୍ତମାନ ତାରିଖ ଘୋଷଣା ହେବା ପରେ ଆବେଦନକାରୀ ଆଶ୍ବସ୍ତି ପାଇଛନ୍ତି ।
Next Post