କ୍ୟାନସର ପୀଡିତାଙ୍କ ମନରେ ଆଶାର ଆଲୋକ ସ୍ୱରୂପ ସାରା ବିଶ୍ୱରେ ସେପ୍ଟେମ୍ବର ୨୨ ଆଜିର ଦିନକୁ ଗୋଲାପ ଦିବସ ଭାବେ ପାଳନ କରାଯାଉଛି । କ୍ୟାନସରେ ପୀଡିତ ବ୍ୟକ୍ତିଙ୍କ ମନରେ ସକାରାତ୍ମକ ଭାବନାର ଉଦ୍ରେକ କରିବାକୁ ଏହା ଏକ ଉଦ୍ୟମ । କାନାଡାର ୧୨ ବର୍ଷିୟା ମେଲିଣ୍ଡା ରୋଜଙ୍କ ସ୍ମୃତିରେ ଏହି ଦିବସକୁ ପାଳନ କରାଯାଉଛି । ୧୯୯୪ରେ ମାତ୍ର ୧୨ ବର୍ଷ ବୟସରେ ରକ୍ତ କ୍ୟାନ୍ସରରେ ପୀଡିତ ହୋଇ ଯନ୍ତ୍ରଣା ପାଉଥିବାବେଳେ ଡାକ୍ତର ତାଙ୍କୁ ମାତ୍ର ଦୁଇ ସପ୍ତାହର ସମୟ ଦେଇଥିଲେ । ହେଲେ ମିଲିଣ୍ଡା ମୃତ୍ୟୁକୁ ଭୟ ନକରି ବେଶ ଖୁସିରେ ରହିବାକୁ ଚେଷ୍ଟା କରୁଥିଲେ ।ତାଙ୍କର ଏହି ମନୋଭାବ ତାଙ୍କର ଆୟୁଷକୁ ୬ ମାସ ବଢାଇ ଦେଇଥିଲା । ଶେଷରେ ସେପ୍ଟେମ୍ବର ୨୨ ରେ ପ୍ରାଣ ହରାଇଥିଲେ ମିଲିଣ୍ଡା ରୋଜ୍ । ତାଙ୍କର ଆତ୍ମବିଶ୍ୱାସ ଓ ଦୃଢ ମନୋଭାବକୁ ପ୍ରତିଟି ପୀଡିତଙ୍କ ପାଖରେ ପହଂଚାଇବାକୁ ପ୍ରତିବର୍ଷ ଏହି ଦିନକୁ ସାରା ବିଶ୍ୱରେ ‘ରୋଜ ଡେ’ ଭାବେ ପାଳନ କରାଯାଉଛି ।