ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ମିଳିଲା ୪ଲକ୍ଷ

ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): କଟକ ମୁଣ୍ଡୁଳି ଡଙ୍ଗାବୁଡି ଘଟଣାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ଲକ୍ଷ ଟଙ୍କାର ସହାୟତା ମିଳିଛି । କେନ୍ଦୁଝର ଉପ-ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ତାଙ୍କ ବାସଭବନକୁ ଯାଇ ପତ୍ନୀ ମୀନାକ୍ଷୀ ବେହେରାଙ୍କୁ ଏହି ଚେକ ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମୃତ ଅରିନ୍ଦମଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶୁକ୍ରବାର ଦିନ ମୁଣ୍ଡଳୀ ବ୍ରିଜ୍ ନିକଟରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ବୋଟ୍ । ଏଥିରା ଓଡ୍ରାଫ ଯବାନଙ୍କ ସମେତ ଗଣମାଧ୍ୟମର ୨ଜଣ କର୍ମଚାରୀ ଥିଲେ । ତେବେ କୌଣଳ କ୍ରମେ କିଛି ଲୋକଙ୍କ ଉଦ୍ଧାର କରାଯାଇଥିଲା । ସେଥି ମଧ୍ୟରୁ ଅରିନ୍ଦମ ଦାଶ ଅନ୍ୟତମ ଥିଲେ । କିନ୍ତୁ ମେଡିକାଲରେ ଡାକ୍ତର ଅରିନ୍ଦମଙ୍କୁମୃତ୍ୟୁ ଘୋଷଣା କରିଥିଲେ । ଯାହାପରେ ବିଭିନ୍ନ ମହଲରୁ ମୃତ ଅରିନ୍ଦମଙ୍କ ପ୍ରତି ଶୋକ ପ୍ରସ୍ତାବ ଆସିଥିଲେ । ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅରିନ୍ଦମଙ୍କ ପରିବାର ପ୍ରତି ସମବେଦନା ଜଣାଇ ସହାୟତା ଘୋଷଣା କରିଥିଲେ ।