ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି । ଅକ୍ଟୋବର ମାସରେ ଟ୍ୱିନ୍ ସିଟିରେ ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ପାର୍ବଣ ପାଇଁ ନାଇଟ୍ କର୍ଫ୍ୟୁ କରାଯିବ ବୋଲି ସୂଚନା ମିଳିଛି । ଏହା ଭୁବନେଶ୍ୱର କଟକ ଟ୍ୱିନ୍ ସିଟିପାଇଁ ପାଇଁ ଲାଗୁ ହେବ । ଏହି ସମୟରେ କଟକ ଭୁବନେଶ୍ୱରରେ ରାତି ୮ଟାରୁ ସକାଳ ୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିବ । କେବଳ ଜରୁରୀସେବା ଯୋଗାଉଥିବା ସଂସ୍ଥାନ ଖୋଲା ରହିବ ।
ରାଜ୍ୟର ଅନ୍ୟ ସହରାଞ୍ଚଳରେ ରେ ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ସବୁ ଖୋଲା ରହିବ। ବାହାଘର ବ୍ରତ ଘରରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁହେବ ନାହିଁ। ସେପ୍ଟେମ୍ବର ମାସର ଅଧିକାଂଶ ନିୟମ ଅକ୍ଟୋବରରେ ମଧ୍ୟ ଲାଗୁ କରାଯିବ ବୋଲି ସୂଚନା ଦିଆଯାଇଛି । ସାରା ରାଜ୍ୟରେ କୋଭିଡ୍ କଟକଣା ଅନୁସାରେ ପୂଜା ପାର୍ବଣ ଅନୁଷ୍ଠିତ ହେବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଏ ବିଷୟରେ ସୂଚନା ଦେଇଛନ୍ତି ।