ଭୁବନେଶ୍ୱର: ଆଜି କ୍ରମାଗତ ତୃତୀୟ ଦିନ ପାଇଁ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ବଢ଼ିଛି। ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଲୋକଙ୍କୁ ତୈଳ କମ୍ପାନୀ ପକ୍ଷରୁ ଶନିବାର ପୁଣିଥରେ ଝଟକା ଲାଗିଛି। ବର୍ଦ୍ଧିତ ଦର ପରେ ଉଭୟ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପିଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୩୦ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୨.୧୪ ଟଙ୍କା ଓ ଡିଜେଲର ଲିଟର ପିଛା ଦାମ ୯୦.୪୭ ଟଙ୍କା ହୋଇଛି। ଗତକାଲି ଦିଲ୍ଲରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯଥାକ୍ରମେ ୧୦୧.୮୯ ଟଙ୍କା ଓ ୯୦.୧୭ ଟଙ୍କା ରହିଥିଲା। ଗୁଡ ରିଟର୍ନସର ରିପୋର୍ଟ ଅନୁଯାୟୀ, ଆଜି ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦାମ ୪୪ ପଇସା ବଢ଼ିଛି। ଫଳରେ ଏଠାରେ ପେଟ୍ରୋଲର ଲିଟର ପିଛା ଦର ୧୦୩.୦୧ ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବର ୩୦ରେ ପେଟ୍ରୋଲ ଦାମ ୩୦ ପଇସା ଓ ଅକ୍ଟୋବର ୧ରେ ଗୋଟିଏ ପଇସା ମହଙ୍ଗା ହୋଇଥିଲା।