୨୫ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର (ଏସ୍ ନ୍ଯୁଜ): ବିଧାନସଭା ଅଧିବେଶନ ପାଇଁ ଆସନ୍ତା ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ତେବେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ, କଣ ସବୁ ଗାଇଡଲାଇନ୍ ରହିବ ଏବଂ ପ୍ରଶ୍ନକାଳ-ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।ଏଥିପାଇଁ ବୈଠକରେ ଅଧିବେଶନର ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ନେଇ ଆଲୋଚନା କରାଯିବ । ଏହାଛଡା ଆଗାମୀ ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ, ସେନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ସେହିପରି ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ରାଜ୍ୟ ବିଧାନସଭା ଅଧିବେଶନ ମଧ୍ୟ ବସିବ । କିନ୍ତୁ କରୋନା ମହାମାରୀ ପାଇଁ ବିଧାନସଭା ଗୃହରେ ପ୍ରଶ୍ନକାଳ ନରହିବା ନେଇ ଚର୍ଚ୍ଚା ହେଉଥିଲା । ଏପରିକି ଏହାକୁ ବିରୋଧ ମଧ୍ୟ କରାଯାଉଥିଲା । ବିଧାନସଭାରେ ଯଦି ପ୍ରଶ୍ନ କାଳ ନରହିବ ତେବେ ଗୃହ ବର୍ଜନ କରିବୁ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ ।