ସଂସଦ ଢ଼ାଞ୍ଚାରେ ଚାଲିବ ବିଧାନସଭା

ଭୁବନେଶ୍ୱର(ଏସ୍ ନ୍ୟୁଜ): ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ । କେବଳ ପ୍ରଶ୍ନକାଳକୁ ଛାଡି ଦେଲେ ଅନ୍ୟ ସମସ୍ତ କାର୍ଯ୍ୟସୂଚୀ ଅନୁସାରେ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ, କଲିଂ ଆଟେନସ୍ ଆଦି ସବୁ ରହିବ । ଅଧିବେଶନରେ ବସିବା ପାଇଁ ବିଧାୟକଙ୍କ ମଧ୍ୟରେ ୪ ଫୁଟର ଦୂରତା ରହିବା ସହ ଦର୍ଶକ ଗ୍ୟାଲେରୀରେ ବସିବେ ବିଧାୟକ ।

ଚଳିତବର୍ଷ ମୌସୁମୀ ଅଧିବେଶନରେ ୧୪୫ଟି ସିଟ୍ ପ୍ରସ୍ତୁତ ରଖାଯାଇଛି । ସଂସଦ ଭଳି ବିଧାନସଭାରେ ମଧ୍ୟ ସମସ୍ତ ବିଧାୟକଙ୍କ ଆଗରେ ସିଲଡ୍ କାଚ କାନ୍ଥ ରହିଛି । ଯେଉଁ ବରିଷ୍ଠ ବିଧାୟକମାନେ ଆସିପାରିବେ ନାହିଁ , ସେମାନେ ଆଗରୁ ସୂଚନା ଦେବେ ।
ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ ହେଉ ଅବା ଓକାକରେ ଭିଡିଓ କନଫରେନ୍ସିଂରେ ମୌସୁମୀ ଅଧିବେଶନରେ ସାମିଲ ହୋଇପାରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଏଥର ମୌସୁମୀ ଅଧିବେଶନକୁ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସବୁ ଗଣମାଧ୍ୟମର କେବଳ ଗୋଟିଏ ଟିମକୁ ମିଳିବ ଅନୁମତି ।