ନନ୍ଦନକାନନକୁ ଆସିବ ପଶୁଙ୍କ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପ୍ରଥମଥର ଲାଗି ନନ୍ଦନକାନନକୁ ଆସିବ ପଶୁ ଅଲଟ୍ରାସାଉଣ୍ଡ ମେସିନ । ଯାହା ଶାବକ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟିରେ ରଖି ଏ ମେସିନ ସହଯୋଗ କରିବ । କେତୋଟି ଜନ୍ତୁ ଶାବକ ମାଆ ପେଟରେ ରହିଛନ୍ତି ଓ ଜନ୍ମ ହେବା ସମୟରେ ବିଭିନ୍ନ ସମସ୍ୟା ବିଷୟରେ ଜଣାଯାଇ ପାରିବ ଏହି ଅଲଟ୍ରାସାଉଣ୍ଡ ମେସିନ୍‌ । ଏଥିପାଇଁ ବିଶେଷ ଡାକ୍ତରୀ ଟିମ ନିୟୋଯିତ ରହିବେ । ଏହି ଅଲଟ୍ରାସାଉଣ୍ଡ ମେସିନର ଦାମ ୨୦ ଲକ୍ଷ ଟଙ୍କା । ସେହିପରି ୪୫ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକାର ମେସିନ ଅଣାଯିବାର ବନ୍ଦୋବସ୍ତ ରହିଥିବା ସୂଚନା ଦେଇଛନ୍ତି ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର । ଅନ୍ୟପଟେ ନନ୍ଦନକାନନରେ ଅତ୍ୟାଧୁନିକ ଅପରେସନ ଥିଏଟର ନିର୍ମାଣ ହେବ । ଏଥିପାଇଁ ନୂତନ ଭେଟନାରୀ ଗୃହ ନିର୍ମାଣ ସରିଛି । ତେବେ ଅଲଟ୍ରାସାଉଣ୍ଡ ମେସିନକୁ ମାର୍ଚ୍ଚ ମାସ ସୁଦ୍ଧା ଅଣାଯିବ ବୋଲି ଜଣାପଡିଛି ।