ବେଙ୍ଗାଲୁରୁ : କର୍ଣ୍ଣାଟକରେ ଥିବା ଜବାହର ନବୋଦୟ ବିଦ୍ୟାଳୟର ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦ ଛାତ୍ରଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେବା ସହ ଅନ୍ୟ ଛାତ୍ରଙ୍କ କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ୩୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସ୍କୁଲ ପ୍ରିନ୍ସିପାଲ କହିଛନ୍ତି ଯେ ଜିଲ୍ଲା ହସ୍ପିଟାଲରେ ସମସ୍ତ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ସ୍କୁଲ ପରିସରକୁ ସାନିଟାଇଜ କରାଯାଇଛି ଓ ସତର୍କତା ପଦକ୍ଷେପ ନିଆଯାଇଛି । ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ କରାଯାଇଛି ।