ନିମାପଡା: ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର । ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନିମାପଡ଼ା ତହସିଲଦାର ତଥା ସବ ରେଜିଷ୍ଟର ରାମ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରାଯାଇଛି । ତସହିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ସେଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଯେଉଁ ଟଙ୍କାର ସେ ହିସାବ ଦେଇପାରିନଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ସେହିପରି ନିମାପଡ଼ାସ୍ଥିତ ତାଙ୍କ ସରକାରୀ ଘରେ ଚଢାଉ ବେଳେ ୫୦ ହଜାର ଟଙ୍କା ଜବତ କରାଯାଇଛି ।