ଆଜି ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ

ଆବୁଧାବି: ଟି-୨୦ ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ୍ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ। ଉଭୟ ଟିମ୍ ବିଜୟ ଲକ୍ଷ୍ୟରେ ଅପରାହ୍ନ ୭ଟା ୩୦ରେ ମଇଦାନକୁ ଓହ୍ଳାଇବେ। ସେମି ଫାଇନାଲ୍‌ ଆଶା ବଞ୍ଚାଇ ରଖିବାକୁ ହେଲେ ଭାରତ ପାଇଁ ଶେଷ ସୁଯୋଗ ରହିଛି । ଆଫଗାନିସ୍ତାନ ବଡ ବ୍ୟବଧାନରେ ହରାଇବାକୁ ପଡିବ ନଚେତ୍ ଘରକୁ ଫେରିବା ନିଶ୍ଚିତ । ଅନ୍ୟପଟେ ଆଫଗାନିସ୍ତାନ ପାଇଁ ଏହି ମ୍ୟାଚ୍ ବେସ୍ ଗୁରୁତପୂର୍ଣ୍ଣ ଅଟେ। ବିଜୟ ଧାରାକୁ ଫେରିବା ପାଇଁ ଭାରତକୁ କଡା ଟକ୍କର ଦେବ ଟିମ୍। ଚଳିତ ଟି-୨୦ କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସୁରପ ୧୨ ପର୍ଯ୍ୟାୟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ବିରାଟ ବାହିନୀ ପାଇଁ ମହଙ୍ଗା ପଡିଛି।।