କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ

ଉତ୍ତରାଖଣ୍ଡ: ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତ କରିବେ । ହେଲେ ତାଙ୍କର ଏହି ଗସ୍ତକୁ ବିରୋଧ ଆରମ୍ଭ ହୋଇଗଲାଣି । ତାଙ୍କର ଏହି ଗସ୍ତକୁ ସେବାୟତମାନେ ବିରୋଧ କରୁଛନ୍ତି । ଆଉ ସେବାୟତମାନଙ୍କୁ ଶାନ୍ତ କରିବାକୁ ଏବେ କେଦାରନାଥରେ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଦୁଇ ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଓ କ୍ୟାବିନେଟ ମନ୍ତ୍ରୀ ଧନ ସିଂ ରାୱତଙ୍କ ସମେତ ବିଜେପିର ପ୍ରଦେଶ ଅଧ୍ୟକ୍ଷଙ୍କ କେଦାରନାଥରେ ବିରୋଧ ହୋଇଥିଲା । ଏମିତି କି ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କୁ ସେବାୟତମାନେ ଦର୍ଶନ କରିବାକୁ ବି ଦେଇ ନଥିଲେ । ଏବେ ସେବାୟତଙ୍କ ଟାର୍ଗେଟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।