ଗୁଜୁରାଟ : ଗାନ୍ଧିନଗରରେ ଥିବା ଏକ କମ୍ପାନୀରେ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଗାନ୍ଧିନଗରରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ । ସୂଚନା ଅନୁସାରେ, ୫ ଜଣ ଶ୍ରମିକ ଏହି କମ୍ପାନୀରେ ଏକ ଟାଙ୍କିର ମଇଳା ସଫା କରିବା ପାଇଁ ଭିତରକୁ ଯାଇ ସଫା କରୁଥିବା ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ୫ ଜଣ । ଯାହା ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ପ୍ରାଣବାୟୁ ଉଡିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ମଧ୍ୟରୁ ୫ଜଣ ମୃତଦେହ ବାହାରକୁ ଆଣିଥିଲା । ଏଭଳି ଅଘଟଣ ପରେ କମ୍ପାନୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।