ଭୁବନେଶ୍ୱର: କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଭିତରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । କଡ଼ା ସୁରକ୍ଷା ମଧ୍ୟରେ ନବୀନ ପଟ୍ଟନାୟକଙ୍କ କାରକେଡ ବିଜୁ ପଟ୍ଟନାୟକଙ୍କ ବିମାନବନ୍ଦରରେ ପହଞ୍ଚିଥିଲା । ଏଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଅଭିମୁଖେ ବାହାରିଥିଲେ । ଉତ୍କେଲା ଏୟାରଷ୍ଟିପ୍ ରୁ କାର୍ଯ୍ୟକ୍ରମ ସ୍ଥଳକୁ ଯିବେ ନବୀନ । ବାରିପଦା, ଦେବଗଡ ପରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୦ରୁ ଅଧିକ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।