ଟି-୨୦ ଦଳର ଅଧିନାୟକ ହେବେ ହିଟ୍‌ ମ୍ୟାନ!

ନୂଆଦିଲ୍ଲୀ : ଭାରତୀୟ ନଜ ହୋମ ଗ୍ରାଉଣ୍ଡରେ ଆସନ୍ତା ନଭେମ୍ବର ୧୭ରୁ ନ୍ୟୁଜିଲାଣ୍ଡ ସହ ୩ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ ସିରିଜ୍‌ ଖେଳିବ । ଭାରତୀୟ ଦଳର ଉପ ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଟି-୨୦ ଦଳର ଅଧିନାୟକ ହୋଇପାରନ୍ତି । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରୋହିତଙ୍କୁ ଅଧିନାୟକ ହେବାର ସୁଯୋଗ ମଧ୍ୟ ମିଳିପାରେ । ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଥମ ଟେଷ୍ଟରୁ ବିଶ୍ରାମ ଦିଆଯାଇପାରେ । ବିଶ୍ୱକପ୍‌ ସରିବା ସହ ଟି-୨୦ରେ ବିରାଟ କୋହଲି ଅଧିନାୟକ ପଦ ଛାଡିଛନ୍ତି । ଏ ନେଇ ସେ ପୂର୍ବରୁ ଘୋଷଣା କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟେଷ୍ଟ ଅଧିନାୟକ କୋହଲି ପ୍ରଥମ ଟେଷ୍ଟରୁ ବିଶ୍ରାମ ନେବେ ଏବଂ ଦ୍ୱିତୀୟ ଟେଷ୍ଟ ଖେଳିବେ । ଏଥିସହ ଟି-୨୦ ସିରିଜରେ ମଧ୍ୟ କୋହଲିଙ୍କୁ ବିଶ୍ରାମ ଦିଆଯିବ ବୋଲି ଜଣାପଡିଛି । କେଏଲ ରାହୁଲଙ୍କୁ ଟି-୨୦ ଦଳର ଉପ ଅଧିନାୟକ କରାଯିବ ବୋଲି ଜଣାପଡିଛି ।