ମୁମ୍ବାଇ : କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । ଉଭୟଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ରାଜସ୍ଥାନର ଏକ ବଡ ପ୍ୟାଲେସରେ ଭିକ୍କି ଏବଂ କ୍ୟାଟ୍ରିନାଙ୍କ ବିବାହ ହେବା ନେଇ କୁହାଯାଉଛି । ବର୍ତ୍ତମାନ ନିଜ ଗ୍ରାଣ୍ଡ ୱେଣ୍ଡିଂ ପାଇଁ ଦୁହେଁ କାମରୁ ବ୍ରେକ ନେଇଛନ୍ତି । ଏହାସହ ଆଉଏକ ଖବର ଆସିଛି ଯେ, ସଲମାନ ଖାନ ମଧ୍ୟ ନିଜ ଶୁଟିଂ ବନ୍ଦ କରିଦେଇଛନ୍ତି । କ୍ୟାଟ୍ରିନାଙ୍କ ବିବାହ ପାଇଁ ସେ ତାଙ୍କ ଫିଲ୍ମ ‘ଟାଇଗର-୩’ର ଶୁଟିଂ ବନ୍ଦ ରଖିଛନ୍ତି । ତେବେ ସଲମାନ ନିଜ କୋ-ଷ୍ଟାର କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବା ପାଇଁ ଶୁଟିଂ ଅଟକାଇଥିବା ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ ସଲମାନ ତାଙ୍କ ବନ୍ଧୁ ଶାହରୁଖଙ୍କ ପାଇଁ ମଧ୍ୟ ଦୁଇଟି ଫିଲ୍ମର ଶୁଟିଂ ତାରିଖ ଆଗକୁ ଘୁଞ୍ଚାଇ ଦେଇଥିବା ଜଣାପଡିଛି ।